ଦେଶପାଣିପାଗ

ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂମିକମ୍ପ,ସୁନାମୀ ସମ୍ଭାବନା

ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂମିକମ୍ପ । ଆଜି ସକାଳୁ ପାପୁଆ ନ୍ୟୁ ଗିନିରେ ଭୂମିକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୭ ରିକ୍ଟର ସେକ୍ଲରେ ରେକର୍ଡ କରାଯାଇଛି। ଭୂକମ୍ପର ଝଟକାରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ଝଟକା ଲାଗିବା ପରେ ଅଞ୍ଚଳବାସୀ ଆତଙ୍କିତ । ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି କରିଛନ୍ତି । ଏନେଇ ଆମେରିକାର ଭୂତତ୍ତ୍ୱ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମନ୍ଦଗା ସହରର ଅନେକ ଘର ଦ୍ୱାର ଭାଙ୍ଗି ଯାଇଛି । ରାସ୍ତାଘାଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ତେବେ ମୃତାହତ ବିଷୟରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ ।

ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ୯ଟା ୪୦ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳୀ କେଣ୍ଟୁ ସହର ନିକଟସ୍ଥ ଭୂପୃଷ୍ଠରୁ ୬୧ କିମି ଗଭୀରରେ ଥିଲା। ଭୂକମ୍ପ ପରେ ଆମେରିକାର ଭୂତତ୍ତ୍ୱ ବୈଜ୍ଞାନିକମାନେ ସୁନାମୀ ଚେତାବନୀ ଜାରି କରିଛନ୍ତି।

 

Show More

Related Articles

Back to top button