ଚଳିତ ବର୍ଷ ଜଳକ୍ରୀଡା ପାଲଟିବ କଟକ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ
ଦୀର୍ଘ ୨ବର୍ଷ କରୋନା ପାଇଁ ବନ୍ଦ ରହିଥିବା କଟକ ଐତିହାସିକ ତଥା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଭିନ୍ନ ପ୍ରୟାସ କରାଯାଇଛି । ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ପର୍ଯ୍ୟନ୍ତ ଚାଲିବାବେଳେ ଜଳକ୍ରୀଡା ପାଲଟିବ କଟକ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ।
ପ୍ରାୟ ବର୍ଷେ ହେବ ତଳ ବାଲିଯାତ୍ରା ପଡିଆ ନିକଟରେ ମହାନଦୀରେ ଏକ ଜଳକ୍ରୀଡା କେନ୍ଦ୍ର ଖୋଲିଛି। ଏହି କେନ୍ଦ୍ର ଏବେ ସୁନ୍ଦର ସୁନ୍ଦର ବୋର୍ଟ, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନର ଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକଙ୍କୁ ବାଲିଯାତ୍ରା ବେଳେ ଜଳକ୍ରୀଡା ର ଅନୁଭୂତି ଦେବାକୁ ପ୍ରସ୍ତୁତ ହେଉଛି । ଚଳିତ ଥର ବାଲିଯାତ୍ରା ରେ ଲୋକମାନଙ୍କୁ ଜଳକ୍ରୀଡା ର ଭଲ ଅନୁଭୂତି ଦେବାକୁ ଏଠାକୁ ସୁନ୍ଦର ସୁନ୍ଦର ବୋର୍ଟ ଅଣାଯାଇଛି। ଏଥି ସହିତ ଲୋକଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଛି । ଏଥି ପାଇଁ ସାମଗ୍ରୀ ଓ ଅଭିଜ୍ଞ ଟ୍ରେନର ନିୟୋଜିତ ହୋଇଛନ୍ତି ।
ଏଥି ସହିତ ଜଳକ୍ରୀଡା କରିବାକୁ ଯାଉଥିବା ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ମହାନଦୀ ଓ ସମୁଦ୍ର ତଟ୍ଟରେ ଜଳକ୍ରୀଡାର ସୁଯୋଗ ସୃଷ୍ଟି କରିବାକୁ ୬ ଟି କେନ୍ଦ୍ର ଖୋଲିଛନ୍ତି । ଏହି ସବୁ କେନ୍ଦ୍ରକୁ ଗୋଟିଏ ବର୍ଷରେ ୩୫ ହଜାର ପର୍ଯ୍ୟଟକ ଆସି ଜଳକ୍ରୀଡାର ମଜା ନେଇସାରିଛନ୍ତି।