
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ୬ ଘଣ୍ଟା ମାରାଥନ ଜେରା କଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ୬ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ିଛି। ମହାଠକ୍ କନକ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀ ପୋଲିସ ତାଙ୍କୁ ଜେରା କରିଛି। ନୋରାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରାଯାଇଛି। ନୋରାଙ୍କ ସହ ପିନାକି ଇରାନୀଙ୍କୁ ମଧ୍ୟ ଜେରା କରାଯାଇଛି। ବୁଧବାର ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ ଜେରା କରିଥିଲା। ଚଳିତ ମାସ ଆରମ୍ଭରୁ ଇଓଡବ୍ଲ୍ୟୁ ନୋରାଙ୍କୁ ପଚରାଉଚରା କରିଥିଲା । ସୁକେଶ ୨୦୨୦ ଡିସେମ୍ବରରେ ନୋରାଙ୍କୁ ବିଏମଡବ୍ଲ୍ୟୁ କାର ଉପହାର କରିଥିବା ନେଇ ଇଓଡବ୍ଲ୍ୟୁ ଅଭିଯୋଗ କରିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ନୋରା । ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିସାରିଛି। ଇଡିର ଚାର୍ଜଶିଟ୍ରେ ଏହି ପଚରାଉଚରା ବିଷୟରେ ଉଲ୍ଲେଖ ମଧ୍ୟ ରହିଛି। ଏବେ ଏହି ମାମଲରେ ଦିଲ୍ଲୀ ପୁଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି। ପଚରାଉଚରା ବେଳେ ପୁଲିସ ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ କରିଥିବା ଜଣାପଡିଛି। ସୁକେଶ ଠାରୁ ମିଳିଥିବା ଦାମୀ ଗିଫ୍ଟ ଠାରୁ ଆରମ୍ଭ କରି ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଓ ଦେଖାସାକ୍ଷାତ ଯାଏଁ ସବୁ କିଛିର ତଥ୍ୟ ନୋରାଙ୍କ ଠାରୁ ନେଇଛି ପୁଲିସ। ପଚରାଉଚରା ବେଳେ ନୋରା ପୁଲିସ ସହ ସହଯୋଗ କରିଥିବା କଥା ମଧ୍ୟ ଜଣାପଡିଛି। ଏଥିସହ ଜ୍ୟାକ୍ଲିନ୍ଙ୍କ ସହ ତାଙ୍କର କୌଣସି ଲିଙ୍କ ନଥିବା କହିଛନ୍ତି ନୋରା।