
କରୋନା ପରେ ତାଣ୍ଡବ ରଚିଛି ମଙ୍କିପକ୍ସ ଭାଇରସ୍ । ବିଶେଷ କରି ରାଜଧାନୀ ଦିଲ୍ଲୀରେ ଏହି ଭାଇରସ ଚିନ୍ତାର ବିଷୟ ପାଲଟିଛି। ଦିନକୁ ଦୁନ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ଏହାରି ମଧ୍ୟରେ ଗତକାଲି ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନା ମୁତାବକ, ରାଜଧାନୀରେ ରହୁଥିବା ନାଇଜେରିଆର ଜଣେ ମହିଳା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଦିଲ୍ଲୀର ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ୧୩ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।