ଓଡ଼ିଶାବ୍ୟକ୍ତିତ୍ୱ

ପ୍ରଥମ ‘ନବଗୁଞ୍ଜର ସମ୍ମାନ’ ପାଇବେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ପ୍ରଥମ ‘ନବଗୁଞ୍ଜର ସମ୍ମାନ’ ପାଇବେ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର । ଏଥିପାଇଁ ତାଙ୍କୁ ସାଂସ୍କୃତିକ ଅନୁଷ୍ଠାନ “ନବଗୁଞ୍ଜର ସଂସ୍କୃତି ମଞ୍ଚ” ପକ୍ଷରୁ ମନୋନୀତ କରାଯାଇଛି ।

ପରିଚାଳନା ମଣ୍ଡଳୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବର ୧ ତାରିଖରେ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଏକ ବିଶେଷ ସମ୍ବର୍ଦ୍ଧନା ସଭାରେ ପଣ୍ଡିତ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ସ୍ୱରୂପ ଶ୍ରୀ ମିଶ୍ରଙ୍କୁ ତାମ୍ରଫଳକରେ ପ୍ରଶସ୍ତିପତ୍ର, ଅର୍ଥରାଶି , ନବଗୁଞ୍ଜର ପଟ୍ଟଚିତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯିବ ।

ପଣ୍ଡିତ ମିଶ୍ର ଓଡ଼ିଆ ସାହିତ୍ୟ,ସଂସ୍କୃତି, ଇତିହାସ , ଭାଷାତତ୍ତ୍ୱ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ବଳିଷ୍ଠ ଯୋଗଦାନ କରିଆସିଛନ୍ତି। ତାଙ୍କର ଏପର୍ଯ୍ୟନ୍ତ ଏହି ବିଷୟ ଗୁଡିକରେ ପ୍ରାୟ ୩୦ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇ ସାରିଛି।

ଶାସ୍ତ୍ରୀୟ ଓଡ଼ିଆ ଭାଷା ଗବେଷଣା ଏବଂ ପୁସ୍ତକ ରଚନାରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ତାଙ୍କୁ ୨୦୧୯ ରେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଓଡ଼ିଆ ଭାଷା ବିଶାରଦ ରୂପେ ରାଷ୍ଟ୍ରପତି ପୁରସ୍କାର ପାଇବାରେ ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଥିଲେ ।

Show More

Related Articles

Back to top button