ନୂଆଦିଲ୍ଲୀ: ଭୂମିକମ୍ପ ଝଟକାରେ ଥରିଲା ଆମେରିକାର ମେକ୍ସିକୋ। ବିଳମ୍ବିତ ରାତିରେ ମେକ୍ସିକୋରେ ଭୟଙ୍କର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ରେକର୍ଡ କରାଯାଇଛି। ଭୂକମ୍ପରେ ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ଅନୁଯାୟୀ, ୭.୬ ତୀବ୍ରତା ଭୂକମ୍ପ ଯୋଗୁଁ ଅନେକ ଘର ଓ ବିଲ୍ଡିଂ ଦୋହଲି ଯାଇଛି। ଏବଂ ଏଥିସହ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି। କୁହାଯାଉଛି ଯେ, ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୦୫ ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ମାଇକୋଚାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହରରେ ଏହାର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି । ରାଜଧାନୀ ମେକ୍ସିକୋ ସିଟି ପର୍ଯ୍ୟନ୍ତ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ପ୍ରବଳ ଭୂକମ୍ପ ପରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏହି ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ମଧ୍ୟ ସୃଷ୍ଟି ହୋଇଯାଇଛି। ଲୋକେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଥିଲେ। ତେବେ ଭୂକମ୍ପ ହେତୁ କେହି ମୃତାହତ ହୋଇନାହାନ୍ତି। ମେକ୍ସିକୋର କୋଲିମା ରାଜ୍ୟର ଏକ ମଲରେ ଅବସ୍ଥିତ ଏକ ଜିମ୍ ଭୂକମ୍ପ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।