ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ଟ୍ୱିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଜୀବନ ଯୁଦ୍ଧରେ ହାରିଗଲେ ରାଜୁ । ଗତ ୪୧ଦିନ ଧରି ଜୀବନ ସହିତ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ରାଜୁଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକ ଛାୟା ଖେଳି ଯାଇଛି । ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନିଜ ଟ୍ୱିଟର ଆକାଉଣ୍ଟରେ ରାଜୁଙ୍କ ସହ ନିଜର ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଭାବପ୍ରବଣ ହୋଇ ଲେଖିଛନ୍ତି ଯେ ,‘ରାଜୁ ଶ୍ରୀବାସ୍ତବ ହସ ଏବଂ ସକରାତ୍ମକତା ସହିତ ଆମ ଜୀବନକୁ ଆଲୋକିତ କରିଛନ୍ତି । ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଗଲେ, କିନ୍ତୁ ସେ ବର୍ଷ ବର୍ଷ ଧରି ତାଙ୍କ କାର୍ଯ୍ୟ ମାଧ୍ୟମରେ ଅଗଣିତ ଲୋକଙ୍କ ହୃଦୟରେ ଜୀବିତ ରହିବେ । ତାଙ୍କ ମୃତ୍ୟୁ ଦୁଃଖଦାୟକ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍‌ ଶାନ୍ତି!

ସୂଚନାଯୋଗ୍ୟ ଯେ, ଦେଶର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଜିମ୍‌ରେ ୱାର୍କଆଉଟ କରୁଥିବାବେଳେ ହୃଦଘାତ ହୋଇଥିଲା । ହୃଦଘାତରେ ପୀଡିତ ହେବାର କିଛି ସମୟ ପରେ ତାଙ୍କୁ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୪୧ ଦିନ ଧରି ରାଜୁ ଏକ ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରିଗଲେ, ଦିଲ୍ଲୀର AIIMSରେ ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Show More

Related Articles

Back to top button