ଓଡ଼ିଶାସ୍ୱତନ୍ତ୍ର

NMA ପକ୍ଷରୁ ଏକାମ୍ର ସଂରକ୍ଷଣ ଯୋଜନାକୁ ମିଳିଲା ସ୍ୱୀକୃତି

NMA ପକ୍ଷରୁ ଏକାମ୍ର ସଂରକ୍ଷଣ ଯୋଜନାକୁ ମିଳିଲା ସ୍ୱୀକୃତି । ଏଥପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ହେବା ସହ ଏହା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, 5T ସଚିବ, ସାଂସଦ ସସ୍ମିତ ପାତ୍ର ଓ ଭର୍ତ୍ତୃହରି ମହତାବଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆମେ ସେବାୟତ ଭାବେ ଓ ସ୍ଥାନୀୟ ବିଧାୟକ ଭାବେ NMAକୁ ଧନ୍ୟବାଦ ଜଣାଉଛୁ । NMA ଏହାର ଗୁରୁତ୍ୱ ଉପଲବ୍ଧି କରି ମଞ୍ଜୁରୀ ଦେଇଛନ୍ତି । ଏକାମ୍ର କ୍ଷେତ୍ରର ମନ୍ଦିର ଗୁରୁତ୍ୱ ବହନ କରୁଛି । ଏ ସବୁର ସଂରକ୍ଷଣ ଓ ପାରିପାର୍ଶ୍ଵିକ ଉନ୍ନତି ଦରକାର । ଏହା ଆମ ପାଇଁ ଗର୍ବର ବିଷୟ । ଏଣିକି ଭକ୍ତ ପାଇପାରିବେ ସୁବିଧା ।

ଅନ୍ୟପଟେ କେନ୍ଦ୍ର ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ବି ମଞ୍ଜୁରୀ ଦେବେ ବୋଲି  ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

 

Show More

Related Articles

Back to top button