ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ସେପ୍ଟେମ୍ବର ୨୯ରେ ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର : ସେପ୍ଟେମ୍ବର ୨୯ରେ ଓଡିଶା ଗସ୍ତରେ ଆସିବେ ଜେପି ନଡ୍ଡା । ସେପ୍ଟେମ୍ବର ୨୯ ସକାଳ ୧୦ ଟାରେ ଭୁବନେଶ୍ୱରରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠି ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ସେଠାରୁ ତାଙ୍କୁ ଶୋଭାଯାତ୍ରାରେ ପାର୍ଟି ଅଫିସ୍‌କୁ ପାଛୋଟି ନିଆଯିବ। ତା’ପରେ ସେ ଜନତା ମଇଦାନକୁ ଯିବେ। ଦିନ ୧୧ ଟାରେ ସେ ପଞ୍ଚାୟତସ୍ତରୀୟ ସମାବେଶରେ ଯୋଗଦେବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଜନତା ମଇଦାନ ସଭା ସରିରେ ପାର୍ଟି ଅଫିସ୍‌କୁ ଆସିବେ ଶ୍ରୀ ନଡ୍ଡା। ସେଠାରେ ଦଳୀୟ ନେତାଙ୍କ ସହିତ ଆଲୋଚନା କରିବେ। ସେହି ରାତିରେ ସେ ପୁରୀ ଯିବେ। ୩୦ ତାରିଖ ସକାଳେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତା’ପରେ ସେ ଧାମନଗର ଯାଇ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବେ। ସେଠାରୁ ସେ ଭୁବନେଶ୍ୱର ଫେରି ଜନତା ମଇଦାନରେ ସଂଯୁକ୍ତ ମୋର୍ଚ୍ଚାର ସମାବେଶରେ ଯୋଗଦେବେ। ସଭା ସାରିବା ପରେ ସେ ଫେରିଯିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

 

Show More

Related Articles

Back to top button