ଦେଶ ବିଦେଶବ୍ୟକ୍ତିତ୍ୱରାଜନୀତିସ୍ୱତନ୍ତ୍ର

ଜର୍ଜିଆ ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ

ଗତ ରବିବାର ଦିନ ଇଟାଲୀରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ମତଦାନ  କରାଯାଥିଲା । ଏହି ପ୍ରକ୍ରିୟା କାଳ ୭ଟାରୁ ମତଦାନ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ମତଦାନ ଦେଇଛନ୍ତି ୭୦% ରୁ କମ୍‌ ।

ତେବେ ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଅନୁଯାୟୀ , ବ୍ରଦର୍ସ ଅଫ୍‌ ଇଟାଲୀ ପାର୍ଟିର ୪୫ ବର୍ଷୀୟା ଜର୍ଜିଆ ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ । ବହୁମତ ସହ ସେ ନିର୍ବାଚନ ଜିତିବା ନେଇ ଅନେକ ସଂସ୍ଥା ଆକଳନ କରିଛନ୍ତି । ତେବେ ଅନ୍ୟ ଦୁଇଟି ଦଳ ସହ ସେ ମେଣ୍ଟ ସରକାର ଗଢ଼ିବେ ବୋଲି ଆଶା କରାଯାଉଛି।

ମେଲୋନି ପ୍ରଧାନମନ୍ତ୍ରୀ ହେବା ନେଇ ଅଧିକାଂଶ ଭୋଟର୍‌ ଆଶା ରଖିଛନ୍ତି । ଏକଚ୍ଛତ୍ରବାଦୀ ନେତା ବେନିତୋ ମୁସୋଲିନିଙ୍କ ସମର୍ଥକ ମେଲିନୋ ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ପୂର୍ବରୁ ତାଙ୍କ ଦଳ କ୍ଷମତାକୁ ଆସି ନ ଥିଲେ ହେଁ ନିର୍ବାଚନ ଜିତିଲେ ଉନ୍ନତ ସରକାର ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମାରିଓ ଦ୍ରାଘିଙ୍କ ସ୍ଥାନରେ ସେ ଦାୟିତ୍ୱ ନେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେ ହେବେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଏନେଇ କହିଛନ୍ତି ଟେନିଓ କନ୍‌ସଲ୍‌ଟାନ୍ସିର ୱଲ୍‌ଫାଙ୍ଗୋ ପିକୋଲି ।

Show More

Related Articles

Back to top button