ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଓଡ଼ିଶା ଗସ୍ତ ଶେଷ କରି ଫେରିବା ପୂର୍ବରୁ ବୁଥ୍ କମିଟି ସଦସ୍ୟଙ୍କୁ ଭେଟିଲେ ଜେପି ନଡ୍ଡା

ଭୁବନେଶ୍ୱର :  ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୬୪ନମ୍ବର ବୁଥ୍ ସଦସ୍ୟମାନଙ୍କ ସହ ସାଂଗଠନିକ ବିଚାରବିମର୍ଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ୬୪ ନମ୍ବର ବୁଥରେ ଥିବା ବିଜେପିର ୨୫ଜଣିଆ ବୁଥ୍ କମିଟି ସଦସ୍ୟମାନଙ୍କ ସହ ସଂଗଠନକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଜେପିର ‘ମୋ ବୁଥ୍‌, ସବୁଠୁ ମଜବୁତ୍‌ କାର୍ଯ୍ୟକ୍ରମକୁୁ ଆଧାର କରି ଶ୍ରୀ ନଡ୍ଡା ବୁଥସ୍ତରୀୟ କାର୍ଯ୍ୟକର୍ତାଙ୍କ ବୈଠକରେ ଯୋଗ ଦେଇଥିଲେ । ବୁଥ୍ ସଭାପତି ତଥା ସ୍ଥାନୀୟ କର୍ପୋରେଟର ଜୀବନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଥ୍ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତିି, ଜିଲ୍ଲା ସଭାପତି ବାବୁ ସିଂ ଏବଂ ମଣ୍ଡଳ ସଭାନେତ୍ରୀ ଶଶୀପ୍ରଭା ରଥ ଉପସ୍ଥିତ ଥିଲେ । ଦଳ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ ଏକ ରାଜନୈତିକ ଦଳ ପାଇଁ ତୃଣମୁଳ ସ୍ତରରେ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ବୁଥ୍ କମିଟି ସଦସ୍ୟଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ଆଲୋଚନା କରିବା ଓ ସେମାନଙ୍କୁ ଉତ୍ସାହିତ କରିବା କେବଳ ବିଜେପି ଭଳି ଦଳରେ ସମ୍ଭବପର ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଶ୍ରୀ ନଡ୍ଡା ଗତକାଲି ଭୁବନେଶ୍ୱରରେ ଦଳର ଶକ୍ତିକେନ୍ଦ୍ର କର୍ମକର୍ତ୍ତା ସମ୍ମିଳନୀରେ ସାମିଲ ହେବାପରେ ରାତିରେ ଦଳର ରାଜ୍ୟ ପ୍ରଭାରୀମାନଙ୍କ ସହ ବୈଠକ କରିଥିଲେ । ଆଜି ସକାଳୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଭଦ୍ରକ ଯାଇ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଏକଦଶାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଜି ସନ୍ଧ୍ୟାରେ ସେ ଦିଲ୍ଲୀ ଫେରି ଯାଇଛନ୍ତି ।

Show More

Related Articles

Back to top button