ଭୁବନେଶ୍ୱର: ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ୨ ଜଣ ଓ୍ୱେବ ସାମ୍ବାଦିକ । ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଜଣ ଓ୍ୱେବ ସାମ୍ବାଦିକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ ୨ ଓ୍ୱେବ ସାମ୍ବାଦିକ । ଗେଷ୍ଟ ହାଉସରେ ଦେହଜୀବୀ ରଖି ଦେହ ବ୍ୟବସାୟ କରୁଥିବା କଥା କହି ଭିଡିଓ ସୁଟ କରି ଧମକ ଦେଇଥିଲେ । ଏହା ପରେ ଟଙ୍କା ମାଗିବାରୁ ଗେଷ୍ଟ ହାଉସ ମାଲିକ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ୱରୂପ ଟଙ୍କା ମାଗିବାର ଅଡିଓ ରେକର୍ଡିଂ ଦାଖଲ କରିଥିଲେ । ପୋଲିସ ଗେଷ୍ଟ ହାଉସକୁ ଯାଇ ତଦନ୍ତ କରିବା ସହ ୨ ଜଣ ଓ୍ୱେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ।
Related Articles
Check Also
Close
-
ବୁଧବାର ଯାଏ ସଂସଦ ମୁଲତବୀ5 hours ago