ଦେଶସ୍ୱତନ୍ତ୍ର

ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଓଡିଶାର ୪ସହର ପାଇବେ ୫ଜି ସୁବିଧା

ଚଳିତ ମାସ ପହିଲାରୁ ଭାରତରେ ଆରମ୍ଭ ହୋଇଯାଇଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ତେବେ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଓଡିଶାର ୪ଟି ସହରକୁ ୫ଜି ସେବା ଯୋଗାଇ ଦିଆଯିବ । ଏହା ସହିତ ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡିଶାର ୮୦ ପ୍ରତିଶତ ଅଞ୍ଚଳରେ ଏହି ସେବା ପହଞ୍ଚିବ’। ଏନେଇ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଚନ୍ତି ଷ

କେନ୍ଦ୍ରମନ୍ତ୍ରୀ କହିବା ମୁତାବକ, ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ୨୦୦ଟି ସହରରେ ୫-ଜି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । କିଛି ଗ୍ରାମାଞ୍ଚଳରେ ମଧ୍ୟ ସେବା ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଭାରତର ୧୩ଟି ପ୍ରମୁଖ ସହରରେ ସେବା ଯୋଗାଇଦେବାକୁ ଟେଲିକମ୍ୟୁନିକେସନ୍‌ ବିଭାଗ କହିଥିଲା । କିନ୍ତୁ ତାହା ହୋଇପାରି ନାହିଁ’।

 

Show More

Related Articles

Back to top button