ଦେଶସ୍ୱତନ୍ତ୍ର

ଖରାପ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର

ଖରାପ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର। ଏହି କାରଣକୁ ନେଇ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ପରସ୍ପର ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ କଟକଣା ଲଗାଇଛି ।

ସରକାରୀ ନିର୍ଦ୍ଦେଶ ଅନୁସାରେ, ଅତ୍ୟାବଶ୍ୟକ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ଭାଙ୍ଗିବା କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ଏଣିକି ଆଉ କେହି ସାଧାରଣତଃ ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ । ଦିଲ୍ଲୀରେ ଏବେ ଏୟାର କ୍ବାଲିଟି ଇଣ୍ଡେକ୍ସ 400 ଉପରେ ରହିଛି ।

ଆପ ପକ୍ଷରୁ ବିଜେପିକୁ ଏନେଇ ଦୋଷ ଦିଆଯାଉଥିବା ବେଳେ ବିଜେପି ପଂଜାବର ଆପ ସରକାରକୁ ଦୋଷ ଦେଉଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସିଭିୟର ସ୍ତରକୁ ଯିବାର ମୁଖ୍ୟ କାରଣ ହେଉଛି ପଂଜାବରେ ନଡ଼ା ଜାଳିବା । ତେବେ ସେଠାରେ ଚାଷୀମାନଙ୍କୁ ବନ୍ଦ କରିବାକୁ ତାଗିଦ କଲେ ମଧ୍ୟ ସେମାନେ ମାନୁନାହାଁନ୍ତି । ନୂଆ ଚାଷ କରିବା ପୂର୍ବରୁ ନଡାକୁ ଜାଳି ଦେଉଛନ୍ତି । ଯାହାର ପ୍ରଭାବ ପ୍ରତିବର୍ଷ ଦିଲ୍ଲୀ ଉପରେ ପଡୁଛି । ପଞ୍ଜାବରେ ଫସଲ ଅମଳ ହୋଇଯାଇଥିବାରୁ କୃଷକମାନେ ଏବେ ପ୍ରବଳ ମାତ୍ରାରେ ନଡ଼ା ଜାଳୁଛନ୍ତି । ଏହାର ଧୂଆଁ ଦିଲ୍ଲୀ-ଏନସିଆରରେ ପ୍ରବେଶ କରି ପ୍ରଦୂଷଣ କରାଉଛି ।

Show More

Related Articles

Back to top button