ହଜିଗଲା ମାନବିକତା । ସାମାନ୍ୟ ବଚସାକୁ ନେଇ ଭାଇର ତଣ୍ଟି ଚିପି ହତ୍ୟାକଲା ଭାଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ କନ୍ଦେଇ ପଞ୍ଚାୟତରେ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
ମିଳିଥିବା ସୂଚନାନୁଯାୟୀ, କୌଣସି କାରଣରୁ ନେଇ ତୁରେଇକେଲା ବ୍ଲକ କନ୍ଦେଇ ଗାଁର ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତ୍କ୍ଷିପ୍ତ ହୋଇ ଗୋଟିଏ ଭାଇ ଅନ୍ୟ ଭାଇର ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲା।
ଖବର ପାଇ ତୁରେଇକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରୟଣ ମାରାଣ୍ଡି, ତହସିଲଦାର ସମୀର ବେହେରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକ ତଦନ୍ତ କରୁଛନ୍ତି। ଏପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।