
ବଡ଼ଚଣା ପୋଲିସକୁ ମିଳିଲା ବଡ ସଫଳତା । ଅଟୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣ ନିକଟରୁ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି ପୋଲିସ ।ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ଏକ ଅଟୋରେ ବସ୍ତା ଗଞ୍ଜେଇ ଭର୍ତ୍ତି କରି ବଡ଼ଚଣା ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଅଟୋକୁ ଅଟକାଇଥିଲା । ପୋଲିସ ଭ୍ୟାନ୍ ଦେଖି ଅଟୋ ଚାଳକ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ଅଟୋରେ ଥିବା ଗଞ୍ଜେଇକୁ ଜବତ କରିଥିଲା । ମୋଟ ୨୧ କେଜିର ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହାସହିତ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୀ ଜିଲ୍ଲା ହୋଇଥିବା ବେଳେ ଆଉ ଜଣେ ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳର ବୋଲି ଜଣାପଡିଛି ।



