ଦେଶସ୍ୱତନ୍ତ୍ର

ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେବ,ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲ

ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲ ହେବ ଉଦ୍‌ଘାଟନ । ଆସନ୍ତା ଶୁକ୍ରବାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟର୍ମିନାଲ ପାଇଁ ଖର୍ଚ୍ଚ ହୋଇଛି ୫ହଜାର କୋଟି ଟଙ୍କା ।

ଏବେ ଗୋଟିଏ ଟର୍ମିନାଲରେ ବାର୍ଷିକ ଅଢ଼େଇ କୋଟି ଯାତ୍ରୀ ଯାତାୟାତ କରୁଥିବା ବେଳେ ଦ୍ୱିତୀୟ ଟର୍ମିନାଲ୍‌ ଉଦ୍‌ଘାଟନ ପରେ ଏହି ସଂଖ୍ୟା ବାର୍ଷିକ ୫ରୁ ୬ କୋଟିକୁ ବୃଦ୍ଧି ପାଇବ। ସ୍ୱତନ୍ତ୍ର ଭାବେ ଏହି ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ୱାକ୍‌ ଇନ୍‌ ଦ ଗାର୍ଡେନ୍‌ ବ୍ୟବସ୍ଥା କରାଯାଇଛି।

ଯଦି ଏହା କାର୍ଯ୍ୟକ୍ଷମ ହୁଏ,ତାହାଲେ ବିମାନ ବନ୍ଦରର ଯାତ୍ରୀସେବା, ଇମିଗ୍ରେସନ ଏବଂ ଚେକ୍‌ ଇନ୍‌ ବ୍ୟବସ୍ଥା ଦ୍ୱିଗୁଣିତ ହେବ । ଯାତ୍ରୀମାନେ ୧୦ ହଜାର ସ୍କୋୟାର ମିଟର ସବୁଜ କାନ୍ଥ ଏବଂ ବଗିଚା ଭଳି ପରିବେଶର ଆନନ୍ଦ ଅନୁଭବ କରିବେ।

Show More

Related Articles

Back to top button