ଅପରାଧଆଇନ କାନୁନମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ

ମୁମ୍ବାଇ: କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ। କୋଟି କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକଲିନ୍ ଆଜି ତାଙ୍କ ଜାମିନ୍ ଶୁଣାଣି ପାଇଁ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର ହୋଇଛନ୍ତି। ଏହାପୂର୍ବରୁ ଇଡି ଜ୍ୟାକଲିନ୍‌ଙ୍କ ଜାମିନକୁ କୋର୍ଟରେ ବିରୋଧ କରିଥିଲେ।

ଏହାପୂର୍ବରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପଟିଆଲା ହାଇକୋର୍ଟ ଜ୍ୟାକଲିନ୍‌ଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜ୍ୟାକଲିନଙ୍କ ରେଗୁଲାର ଜାମିନ ଆବେଦନକୁ ଇଡି ବିରୋଧ କରି ଏହାର ଉତ୍ତରରେ କହିଛି ଯେ, ଅଭିନେତ୍ରୀ ଜଣକ ଏ ତଦନ୍ତରେ ସହଯୋଗ କରିନାହାଁନ୍ତି।

ପ୍ରମାଣ ସାମ୍ନାକୁ ଆସିବା ପରେ ହିଁ ପ୍ରକାଶ କରିଛନ୍ତି। ସୁକେଶଙ୍କୁ ଭେଟିବାର ୧୦ ଦିନ ମଧ୍ୟରେ ଜ୍ୟାକଲିନଙ୍କୁ ତାଙ୍କ ଅପରାଧିକ ଇତିହାସ ବିଷୟରେ ଅବଗତ କରାଯାଇଛନ୍ତି ବୋଲି ଇଡି ଉଲ୍ଲେଖ କରିଛି। ଏଥିସହ ଜ୍ୟାକ୍‌ଲିନ୍ ନିଜ ଫୋନ୍‌ର ପ୍ରମାଣ ନଷ୍ଟ କରିଛନ୍ତି। ସେ ଦେଶ ଛାଡି ପଳାୟନ କରିବାକୁ ମଧ୍ୟ ଚେଷ୍ଟା କରିଥିବା ଇଡି ଅଭିଯୋଗ କରିଛି।

ସୁଚନାନୁସାରେ, ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅନେକ ଥର ପଚରାଉଚରା କରିସାରିଲାଣି। ସୁକେଶ ଠାରୁ ଜ୍ୟାକ୍‌ଲିନ୍ ଅନେକ ଦାମୀ ଗିଫ୍ଟ ସହ ଟଙ୍କା ମଧ୍ୟ ନେଇଛନ୍ତି। ପଚରାଉଚରାରେ ଜ୍ୟାକଲିନ କହିଥିଲେ ଯେ ସେ ସୁକେଶଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କେବଳ ଇଡି ନୁହେଁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଦ୍ୱାରା ମଧ୍ୟ ଜ୍ୟାକ୍‌ଲିନ୍ ଜେରାର ସାମ୍ନା କରିଛନ୍ତି। ତାଙ୍କୁ ଦିଲ୍ଲୀ ପୁଲିସ ୧୫ ଘଣ୍ଟା ଧରି ପଚରାଉଚରା କରିସାରିଛି।

Show More

Related Articles

Back to top button