ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଏମ୍‌ବିବିଏସ୍‌ ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଲେ ହାଉସ୍‌ ସର୍ଜନ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ବ୍ରହ୍ମପୁର : ଏମ୍‌ବିବିଏସ୍‌ ପଢ଼ୁଥିବା ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଲେ ହାଉସ୍‌ ସର୍ଜନ! ଏପରି ଅଭିଯୋଗ ଆସିଛି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ। ଏନେଇ ଛାତ୍ରୀ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ହାଉସ୍‌ ସର୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ ଏମ୍‌ବିବିଏସ୍‌ ଶେଷବର୍ଷର ଛାତ୍ରୀ ହେଉଛନ୍ତି ପଦ୍ମା(ଛଦ୍ମନାମ)। ସବୁଦିନ ପରି ମଙ୍ଗଳବାର ସକାଳେ ସେ କ୍ଲାସ କରିବାକୁ ଆସିଥିଲେ। ହେଲେ ମେଡ଼ିକାଲ୍‌ରେ କାର୍ଯ୍ୟରତ ହାଉସ୍‌ ସର୍ଜନ ଡାକ୍ତର ସୁପନ କୁମାର ପାଢ଼ୀ ତାଙ୍କୁ ଅସଦାଚରଣ କରିଥିଲେ। ସର୍ବସମ୍ମୁଖରେ ତାଙ୍କ ହାତ ଓ ଗାଲକୁ ଡାକ୍ତର ପାଢ଼ୀ କାମୁଡ଼ି ଦେଇଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ଅପରାହ୍ନରେ ଛାତ୍ରୀ ଜଣକ ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରିବା ସହିତ ଛାତ୍ରୀଙ୍କ ଡାକ୍ତରୀ ମାଇନା କରିଛି। ଆଜି ପୁଲିସ୍‌ ହାଉସ୍‌ ସର୍ଜନ ଡାକ୍ତର ସୁପନ କୁମାର ପାଢ଼ୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌ଙ୍କ କହିବା ଅନୁସାରେ ହାଉସ୍‌ ସର୍ଜନ ଓ ଛାତ୍ରୀ ପରସ୍ପରକୁ ଚିହ୍ନିଥିବା ପରି ମନେ ହେଉଛି। ସେମାନଙ୍କ ଭିତରେ ବୁଝାମଣା ଅଭାବରୁ ଏମିତି ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ସବୁ କିଛି ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି।

Show More

Related Articles

Back to top button