ଓଡ଼ିଶାପାଣିପାଗସ୍ୱତନ୍ତ୍ର

ହ୍ରାସ ପାଉଛି ପାରଦ,ଶୀତରେ ଥରିବ ଓଡିଶା

ରାଜ୍ୟରେ ହ୍ରାସ ପାଉଛି ପାରଦ ସ୍ତର । ଏଣିକି ଶୀତରେ ଥରିବ ଓଡିଶା । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତକାଲି ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୨.୫, ଫୁଲବାଣୀରେ ୧୩, ଦାରିଙ୍ଗିବାଡି଼ରେ ୧୩, କେନ୍ଦୁଝରରେ ୧୩.୨, ଭବାନୀପାଟଣାରେ ୧୩.୨, ଦେବଗଡ଼ରେ ୧୩.୪, ବରଗଡ଼ରେ ୧୩.୮, ସୋନପୁରରେ ୧୪.୨, ବୌଦ୍ଧରେ ୧୪.୫, ସମ୍ବଲପୁରରେ ୧୪.୬, ବାଲେଶ୍ୱରରେ ୧୪.୬, ଅନୁଗୁଳରେ ୧୪.୬, ସମ୍ବଲପୁରରେ ୧୪.୬ ଓ ହୀରାକୁଦରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

 

Show More

Related Articles

Back to top button