
ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ଗୃହରେ ହୋହଲ୍ଲା ପରିସ୍ଥିତି ସୃଷ୍ଠି ହୋଇଛି । ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଏଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୧.୩୦ ଯାଏଁ ଗୁହକୁ ମୁଲତବୀ କରାଯାଇଛି ।
ସୂଚନା ଅନୁଯାୟୀ, ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ଓ ନାରାବାଜି । ଉଭୟ ବିଜେପି ଓ କଂଗ୍ରେସ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଉଠାଇ ଶାସକ ବିଜେଡିକୁ ଘେରିଥିଲେ । ତେଣୁ ଗୃହ ମୁଲତବୀ କରିଥିଲେ ବାଚସ୍ପତି ।