ଦୁର୍ଘଟଣାଦେଶସେଲିବ୍ରିଟିସ୍ୱାସ୍ଥ୍ୟ
ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଫଟୋ ସେୟାର କଲେ ଜୁବିନ୍ ନୌଟିୟାଲ

ପ୍ରସିଦ୍ଧ ବଲିଉଡ୍ ଗାୟକ ଜୁବିନ୍ ନୌଟିୟାଲ ନିକଟରେ ଶିଡିରୁ ପଡି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହାଦ୍ୱାରା ତାଙ୍କ କହୁଣି ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ଥାଏ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଫଟୋ ସେୟାର କରିଛନ୍ତି ଜୁବିନ୍ ନୌଟିୟାଲ ।
ଏହି ଫୋଟରେ ସେ ହସ୍ପିଟାଲ ବେଡ୍ ଉପରେ ବସି ଖାଦ୍ୟ ଖାଉଥିବା ଦେଖାଯାଇଛି।
ତେବେ ଶୁକ୍ରବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ଜୁବିନଙ୍କୁ ଦେଖିବାକୁ ମିଳିଥିଲା। ସେ ଅଧିକ ଚିକିତ୍ସା ପାଇଁ ନିଜ ସହର ଉତ୍ତରାଖଣ୍ଡ ଯାଇଥିଲେ। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଜୁବିନ୍ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ। ଭଗବାନ ମୋ ଉପରେ ନଜର ରଖିଥିଲେ ଏବଂ ମୋତେ ଏହି ଗୁରୁତର ଦୁର୍ଘଟଣାରୁ ରକ୍ଷା କରିଦେଲେ। ମୋତେ ଡିସଚାର୍ଜ କରାଯାଇଛି ଏବଂ ମୁଁ ସୁସ୍ଥ ଅଛି। ଆପଣଙ୍କ ପ୍ରେମ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ।’