ଖେଳଦେଶ

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ,ମ୍ୟାଚ ଜିତି ସମ୍ମାନ ରଖିବାକୁ ଟିମ୍ ଇଣ୍ଡିଆର ଉଦ୍ୟମ

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ ମ୍ୟାଚ୍ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ୨ଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ତେବେ ଆଜି ଶେଷ ସିରିଜରେ ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ଏହି ତୀୟ ଦିନିଆ ସିରିଜରେ ଆହତ ଜନିତ ସମସ୍ୟା କାରଣରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଏବଂ କୁଲଦୀପ ସେନ ।

ଏଭଳି ସ୍ଥିତିରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ ଇନ୍ ବ୍ଲୁ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଆଜି ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରିବ ଟିମ୍ । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଆଜିର ସମ୍ଭାବିତ ଭାରତୀୟ ଦଳ ମଧ୍ୟରେ ରହିଛନ୍ତି: ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ/ରାହୁଲ ତ୍ରିପାଠୀ, କେଏଲ ରାହୁଲ (ଅଧିନାୟକ/ୱିକେଟ କିପର), ୱାସିଂଟନ ସୁନ୍ଦର, ଅକ୍ସର ପଟେଲ, ଶ୍ରାଦ୍ଧୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଉମ୍ରାନ ମଲିକ ।

 

Show More

Related Articles

Back to top button