Breaking PLUSଓଡ଼ିଶାମୁଖ୍ୟ ଖବର
ଲଗାଣ ବର୍ଷାରେ ଭାଙ୍ଗିଲା ଚାଷୀର ମେରୁଦଣ୍ଡ
ବିଭିନ୍ନ ସ୍ଥାନରେ ଏକର ଏକର ଜମି ଜଳମଗ୍ନ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଭାଙ୍ଗିଯାଇଛି ଚାଷୀର ମେରୁଦଣ୍ଡ । କିଛିଦିନ ତଳେ ବର୍ଷା ଓ ବନ୍ୟା ଯୋଗୁ ଚାଷଜମିରେ ପାଣି ମାଡିଯାଇଥିଲା । ଆଉ ଯାହା କିଛି ବଳିଥିଲା ଏବେ ବର୍ଷା ଯୋଗୁ ସବୁ ନଷ୍ଟ ହୋଇଯାଇଛି ।
ଅଗଷ୍ଟ ୨ ତାରିଖ ବନ୍ୟାରେ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ। ବନ୍ୟା ପାଣି କମିବା ପରେ ରୁଆପୋତା କରି ଚାଷକାମକୁ ଆଗେଇ ନେଇଥିଲେ। ଚାଷଜମିରେ ରୁଆପୋତା ଶେଷ ହୋଇଯାଇଥିଲା। ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ବର୍ଷା ଚାଷୀଙ୍କ ଖୁସିକୁ ଛଡ଼ାଇ ନେଇଛି। ଧାନଗଛଗୁଡ଼ିକ ପାଣିରେ ବୁଡ଼ି ରହିଥିବାରୁ ପଚି ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଫଳରେ ମୁଣ୍ଡ ଦେଇଛି ଚାଷୀ । କେନ୍ଦୁଝର ଠାରୁ ଆରମ୍ଭ କରି ଭଦ୍ରକ, ଯାଜପୁରରେ ସମାନ ଅବସ୍ଥା । ଏକର ଏକର ଜମିରେ ପାଣି ପଶିଛି । ଫଳରେ ଫସଲ ପଚିଯିବାର ଆଶଙ୍କା କରି ମୁଣ୍ଡରେ ହାତ ଦେଇଛି ଚାଷୀ ଭାଇ ।