
ଭୁବନେଶ୍ୱର: ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲୋକ ପ୍ରତିନିଧି, ପୂଜା କମିଟି, କ୍ଲବ କର୍ମକର୍ତ୍ତାଙ୍କୁ ନେଇ ବୈଠକ ବସିଥିଲା । ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।
ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ୮ରେ ଭସାଣ ଉତ୍ସବ ପାଇଁ ନିଷ୍ପତ୍ତି ନିଆଯାଇଛି। ସିଏମ୍ସି ପକ୍ଷରୁ ହୋଇଥିବା ଅସ୍ଥାୟୀ ପୋଖରୀରେ ମେଢ଼ ଗୁଡିକ ଵିସର୍ଜନ କରାଯିବ। କଟକ କମିଶନରେଟ ପୋଲିସ, ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।