Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚନ୍ଦ୍ରଯାନ-3ର ଦ୍ୱିତୀୟ ପର୍ଯ୍ୟାୟ ବେଗ ହ୍ରାସ ପ୍ରକ୍ରିୟା ସଫଳ

ଅଗଷ୍ଟ 23ରେ ଚନ୍ଦ୍ରପୃଷ୍ଠରେ କରିବ ଅବତରଣ

ଶନିବାର ରାତି ୧:୫୪ରେ ସଫଳତାର ସହିତ ଚନ୍ଦ୍ରଯାନ-୩ର ଦ୍ବିତୀୟ ପର୍ଯ୍ୟାୟ ‘ଡିବୁଷ୍ଟିଙ୍ଗ୍‌’ (ବେଗ ହ୍ରାସ ପ୍ରକ୍ରିୟା) ଓ ତଥା ଚୂଡ଼ାନ୍ତ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ କରିଥିବା କଥା ‘ଇସ୍ରୋ’ ସୂଚନା ଦେଇଛି।

କକ୍ଷପଥର ଆକାର ହ୍ରାସ କରାଯିବା ପରେ ସମ୍ପ୍ରତି ‘ଲ୍ୟାଣ୍ଡର୍‌ ବିକ୍ରମ୍‌’ ଚନ୍ଦ୍ରଠାରୁ ୨୫x୧୩୪ କିଲୋମିଟର୍‌ ଦୂର କକ୍ଷ ପଥରେ ରହି ଚନ୍ଦ୍ର ପରିକ୍ରମଣ କରୁଛି।

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି: ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ କକ୍ଷପଥ ପରିସୀମା ୨୫x୧୩୪ କିଲୋମିଟର୍‌କୁ କମାଇ ଦେଇଛି। ‘ମଡ୍ୟୁଲ୍‌’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ଭୋର୍‌ ୫.୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button