Breaking PLUSଓଡ଼ିଶାମୁଖ୍ୟ ଖବର

ମହଙ୍ଗା ହେବ ମହାପ୍ରସାଦ

ଦେଢରୁ ଦୁଇଗୁଣା ବଢିପାରେ ଦାମ୍

ପୁରୀ: ମହଙ୍ଗା ହେବ ମହାପ୍ରସାଦ । ଦେଢରୁ ଦୁଇଗୁଣା ଦାମ୍ ବଢିଯାଇପାରେ । ସୁଆର ମହାସୁଆର ନିଯୋଗ ଯେଉଁ ଦର ତାଲିକା ଦେଇଛି, ସେଥିରୁ ଏପରି ଏକ ଚିତ୍ର ପଦାକୁ ଆସିଛି । ଯେଉଁ ଦର ତାଲିକା ନିଯୋଗ ଦେଇଛି, ତାହା ଲାଗୁ ହେଲେ କେବଳ ଧନୀ ଭକ୍ତ ମହାପ୍ରସାଦ କିଣିପାରିବେ, ଗରିବ ଭକ୍ତମାନେ ନିରାଶ ହେବେ ବୋଲି ଭକ୍ତ ଓ ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଛନ୍ତି ।
ଶ୍ରୀମନ୍ଦିରରେ କୁଡୁଆ ଦର ଅନୁସାରେ ଭକ୍ତମାନେ ମହାପ୍ରସାଦ କିଣୁଛନ୍ତି । ବାଇହାଣ୍ଡିରେ 10 କେଜି ଚାଉଳ ରନ୍ଧା ହୁଏ । ସେହିଭଳି ଦୁଇ ଗଉଣିଆରେ 8 କେଜି, ସମାଧିରେ 7ରୁ ସାଢେ 7 କେଜି, ଦାସିଆରେ ସାଢେ 5 କେଜିରୁ ସାଢେ 6 କେଜି ଚାଉଳ ରନ୍ଧା ଯାଇଥାଏ । ସୁଆର ମହାସୁଆର ନିଯୋଗ ଯେଉଁ ଦର ତାଲିକା ଦେଇଛି, ସେଥିରେ ମହାପ୍ରସାଦ ତିନି ପ୍ରକାର ଥାଳି ବ୍ୟବସ୍ଥା କରାଯାଇଛି । ଅବଢା, ଡାଲି, ବେସର, ମହୁର, ଖଟା ଓ କାନିକା ଥାଳି 120 ଟଙ୍କା ପ୍ରସ୍ତାବ ଦିଆଯାଇଛି ।
ସେହିଭଳି ଅବଢା, ଡାଲି, ବେସର, ମହୁର, ଶାଗ, ଖଟା, କାନିକା, ଖେଚୁଡି ଥାଳି 150 ଟଙ୍କା ଓ ଅବଢା, ଡାଲି, ବେସର, ମହୁର, ଶାଗ, ଖଟା, ପୋଟଳ, ରସା, କାବୁଲି ସୋଲା, କାନିକା ଖେଚୁଡି ଓ ୱୀରି ଥାଳି 2ଶହ ଟଙ୍କା ରଖାଯାଇଛି ।

Show More

Related Articles

Back to top button