Breaking PLUSଓଡ଼ିଶାମୁଖ୍ୟ ଖବର

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା, ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ

୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

() ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମହିଳା ବିରୋଧୀ ଅପରାଧ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡିଆଇଜି ବ୍ରିଜେଶ ରାଏଙ୍କ ପତ୍ନି ନିର୍ଯ୍ୟାତନା ଦେଇଥିବା ନେଇ ରହିଛି ଅଭିଯୋଗ ।

ଅନୁଗୁଳ ଜିଲ୍ଲା ରାଣୀ‌ଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କ ସହିତ ଘଟିଥିବା ଏହି ଘଟଣା ସମ୍ପର୍କରେ ଗତ ୧୩ ତାରିଖ ଦିନ ସେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଏହି ଘଟଣାରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି ।

ଜାତୀୟ ମାନବାଧିକାର କମିସନରେ ସାମାଜିକ କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତା ହୋମଗାର୍ଡ଼ଙ୍କୁ କ୍ଷତିପୂରଣ ଦାବିରେ ଏହି ମାମଲା ରୁଜୁ ହୋଇଛି ।

Show More

Related Articles

Back to top button