ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ
ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା
ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ । ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଜିନଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ । ୨ ମାସ ତଳେ ଋଷ ସେନା ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ପୁଟିନଙ୍କ ଏହି ସହଯୋଗୀ । ଏକ ଘରୋଇ ବିମାନରେ ୟେଭଗେନି ପ୍ରିଗୋଜିନ୍ ସମେତ ଅନ୍ୟ ୧୦ ଜଣ ଯାଉଥିବା ବେଳେ ବିମାନଟି କ୍ରାସ କରି ଯାଇଥିଲା । ଫଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା କୁହାଯାଉଛି ।
ପୁଟିନ ଏବଂ ଋଷ ବିରୋଧରେ ବିଦ୍ରୋହ କରିଥିଲେ ୱାଗନର ଗ୍ରୁପ । ଗତ ଜୁନ ମାସରେ ବିଦ୍ରୋହ କରିଥିଲେ ୟେଭଗେନି ପ୍ରିଗୋଜିନଙ୍କ ସମେତ ଗ୍ରପୁର ଅଧିକାଂଶ ଯବାନ । ଗୋଟିଏ ସ୍ଥାନରେ ଋଷ ସେନାକୁ ହରାଇ ଆଗକୁ ବଢିଚାଲିଥିଲେ ୱାଗନର ଗ୍ରୁପ । ପରେ ଋଷ ସେନା ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ପୁଟିନ ସେମାନଙ୍କ ସହ ଯୁଦ୍ଧ ନକରି ବେଲାଋଷ ଯିବାକୁ କହିଥିଲେ । ଏବେ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଛି । ଏନେଇ ଋଷ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବିମାନ କ୍ରାସର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ନେଇ ଋଷ ପକ୍ଷରୁ କୁହାଯାଇଛି ।