
‘ଆନନ୍ଦ’, ‘କୋଶିଶ୍’ ଓ ‘କୋରା କାଗଜ’ ଭଳି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଭିନେତ୍ରୀ ସୀମା ଦେଓଙ୍କର ଆଜି ଦେହାନ୍ତ ହୋଇଯାଇଥିବାର ସୁଚନା ମିଳିଛି। ସେ 1940 ମସିହା ମାର୍ଚ୍ଚ ମାସ 27 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଉ ଆଜି ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। 1960 ରେ ସେ ‘ମିଆଁ ବିବି ରାଜି’ ଚଳଚ୍ଚିତ୍ରରେ ଅଭିନୟ କରି ନିଜର କ୍ୟାରିୟର୍ ଆରମ୍ଭ କରିବା ସହ ଶେଷଥର ପାଇଁ ୨୦୨୧ରେ ମରାଠୀ ଚଳଚ୍ଚିତ୍ର ‘ଜୀବନ ସନ୍ଧ୍ୟା’ରେ ଅଭିନୟ କରିଥିଲେ।
ତାଙ୍କ ପୁତ୍ରଙ୍କ କହିବା ଅନୁଯାଇ ଅଭିନେତ୍ରୀ ସୀମା ଦେଓ ଆଲ୍ଜାଇମର୍ସ ରୋଗରେ ପୀଡ଼ିତ ହୋଇଥିଲେ ବି ଅପେକ୍ଷାକୃତ ଭଲ ହୋଇଯାଇଥିଲେଥ। ଯାହାକୁ ସେ ଟୁଇଟ୍ କରି ଲେଖିଥିଲେ ଯେ, “ମରାଠୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତ୍ରୀ ମୋର ମାଆ ଶ୍ରୀମତୀ ସୀମା ଦେଓ ଆଲ୍ଜାଇମର୍ସ ରୋଗଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ଦେଓ ପରିବାର ତାଙ୍କ ନିରାମୟ କାମନା କରୁଛି। ଆଶା କରୁଛି ତାଙ୍କୁ ଶ୍ରଦ୍ଧା କରୁଥିବା ସମଗ୍ର ମହାରାଷ୍ଟ୍ରବାସୀ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବେ। ”
ତେବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ସୀମାଙ୍କର ମରାଠୀ ଚଳଚ୍ଚିତ୍ରରେ ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କର ଅନେକ ଲୋକପ୍ରିୟ ମରାଠୀ ଚଳଚ୍ଚିତ୍ରରୁ ‘ଜାଗାଚ୍ୟା ପଥିୱାର୍’ ଓ ‘ବର୍ଦକ୍ଷିଣା’ ଆଦି ସ୍ମରଣୀୟ। ଜୀବନକାଳନ ଭିତରେ ସେ ୮୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ବେଶ୍ ସୁନାମ ଅର୍ଜନ କରିଛନ୍ତି।