ନିର୍ବାଚନ ତାରିଖ ଘୋଷଣା କରୁନଥିବାରୁ ପାକିସ୍ତାନ ନିର୍ବାଚନ ଆୟୋଗକୁ ସମାଲୋଚନା

ଇସଲାମାବାଦ: ସାଧାରଣ ନିର୍ବାଚନ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବାରେ ବିଫଳ ହେବାରୁ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ସମାଲୋଚନାର ସମ୍ମୁଖୀନ ହୋଇଛି। ଆୟୋଗର ଉଦ୍ଦେଶ୍ୟ ଉପରେ ଉଠିଛି ପ୍ରଶ୍ନ । ଏହାରି ମଧ୍ୟରେ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ଏହା କରିବା ଟେକ୍ନିକାଲ୍ ଭାବେ ସମ୍ଭବ ନୁହେଁ।
ଏହି ଅଧିକାରୀଙ୍କ ଯୁକ୍ତିକୁ ଦର୍ଶାଇ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ନିର୍ବାଚନ ତାରିଖର ସରକାରୀ ଘୋଷଣା ପରେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଯିବ, ଯାହାକୁ ନିର୍ବାଚନ ପୂର୍ବରୁ ନିର୍ଦ୍ଦିଷ୍ଟ ସମୟସୀମାର ପାଳନ କରିବାକୁ ପଡ଼ିବ। ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଅଧିନିୟମ ଧାରା 57 ଅନୁଯାୟୀ, ମତଦାନ ତାରିଖ ଘୋଷଣା ହେବା ପରେ ନିର୍ବାଚନ ସୂଚୀ ପ୍ରକାଶ କରାଯିବା ଉଚିତ, ଯାହା ସମଗ୍ର ନିର୍ବାଚନ ଚକ୍ର ପାଇଁ ଗତି ପ୍ରଦାନ କରିଥାଏ। ଏହି ପ୍ରକ୍ରିୟାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡିବା, ଏହାର ଯାଞ୍ଚ କରାଯିବ । ପ୍ରତ୍ୟେକ ପର୍ଯ୍ୟାୟକୁ ଏକ ନିର୍ଦ୍ଧାରିତ ସମୟରେ କରିବାକୁ ପଡିବ । ତେବେ ଏହି ସମୟରେ ଟେକ୍ନିକାଲ ଭାବେ ଏହା ସମ୍ଭବ ନୁହେଁ ।