Breaking PLUSମୁଖ୍ୟ ଖବର

ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ବୁଡିଗଲେ ଦୁଇ ଛାତ୍ର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ପୋଖରୀରେ ବୁଡ଼ି ଦଶମ ଶ୍ରେଣୀର ୨ ଛାତ୍ର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ । ପୋଖରୀପୁଟରେ ଏକ ପୋଖରୀରେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର । ସେମାନଙ୍କୁ ଉଦ୍ଧା କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ମୃତ ଘୋଷଣା କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ତେବେ ଛାତ୍ର ଦୁଇଜଣ କେଉଁ ପରିସ୍ଥିତିରେ ପୋଖରୀରେ ବୁଡ଼ିଯାଇଛନ୍ତି ତାହା ଅସ୍ପଷ୍ଟ ରହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Back to top button