Breaking PLUSଓଡ଼ିଶାମୁଖ୍ୟ ଖବର
ସିବିଆଇର ଚାର୍ଜଫ୍ରେମ ପ୍ରସଙ୍ଗରେ ପ୍ରଭାତ ବିଶ୍ୱାଳଙ୍କ ପ୍ରତିକ୍ରିୟା, କହିଲେ ଧର୍ମର ହେବ ଜୟ
ଭୁବନେଶ୍ୱର- ବହୁ ଚର୍ଚ୍ଚିତ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ସିବିଆଇ କଲା ଚାର୍ଜ ଫ୍ରେମ୍ । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି । ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜ ଫ୍ରେମ୍ ହୋଇଛି ।
ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ଧର୍ମର ଜୟ ହେବ । ମାମଲା କୋର୍ଟରେ ବିଚାରାଧୀନ, ଆଇନ ତା ବାଟରେ ଯାଉଛି । ‘ପ୍ରଥମ ଦିନରୁ କହି ଆସୁଛି, ଏହା ଏକ ଜମିଜମା ମାମଲା । ଲାଞ୍ଚ କେହି ଚେକରେ ନିଅନ୍ତିନି, ପୂର୍ବରୁ ହାଇକୋର୍ଟ ଯାଇଥିଲି । ୨ ମାସରେ ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ‘ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ ହୋଇଛି । ସମୟ ବଡ଼ ବଳବାନ, ସମୟ ସବୁ କଥାର ଜବାବ ଦେବ । କାଗଜପତ୍ର ଟାମ୍ପରିଂ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତ ପ୍ରଭାତ । କହିଲେ ଯେଉଁମାନେ ଟାମ୍ପରିଂ କରିଛନ୍ତି ତଦନ୍ତରେ ଧରାପଡିବେ ।