Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ କମିବ ବର୍ଷା

ଭୁବନେଶ୍ୱର- ଆଜିଠୁ କମିବ ବର୍ଷା । ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଗତ କିଛି ଦିନ ଦେଲା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆଜିଠୁ ଏହାର ପ୍ରଭାବ କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରୁ ୮ ତାରିଖ ମଧ୍ୟରେ ଆହୁରି ବର୍ଷା ପରିମାଣ କମିବ । ୫ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାକୁ ବର୍ଷା (୭ ରୁ ୧୧ ସେ.ମି.) ବର୍ଷା ନେଇ ପାଣିପାଗ କେନ୍ଦ୍ର ହଳଦିଆ ସତର୍କତା ଜାରି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୬୫.୪ ମି.ମି., ବାଲେଶ୍ବରରେ ୫୫.୫ ମି.ମି., ଚାନ୍ଦବାଲିରେ ୪୧.୪ ମି.ମି., ରାଉରକେଲାରେ ୪୦.୩ ମି.ମି., କଟକରେ ୨୨.୪ ମି.ମି., କେନ୍ଦୁଝରରେ ୧୩.୭ ମି.ମି., କୋରାପୁଟରେ ୧୯.୬ ମି.ମି., ଛତ୍ରପୁରରେ ୧୮.୬ମି.ମି., ଯାଜପୁରରେ ୨୦.୨ ମି.ମି. ବର୍ଷା ହୋଇଛି। ବର୍ଷା ଯୋଗୁଁ ଭଦ୍ରକ ଓ ବାଲେଶ୍ବରରେ ବନ୍ୟା ସ୍ଥିତି ଉପୁଜିଛି। ଗତ ଚାରି ଦିନରେ ରାଜ୍ୟରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି।

Show More

Related Articles

Back to top button