ଜୟପୁର- ଭୁବନେଶ୍ୱରକୁ ଉଡିଲା ଦ୍ୱିତୀୟ ବିମାନ
ବିକାଶ ପଥରେ ଆଗଉଛି ଓଡି଼ଶା। ଜୟପୁରବାସୀଙ୍କ ପାଇଁ ଖୁସି ଖବର। ଜୟପୁରବାସୀଙ୍କ ଦୀର୍ଘ ଦିନର ଆଶା ଆଜି ପୂରଣ ହେବାକୁ ଯାଉଛି। ଏଣିକି ଯାତ୍ରୀଙ୍କ ଯାତ୍ରା ଆହୁରୀ ହେବ ସହଜ। କାହିଁକିନା ଆଜିଠୁ ଭୁବନେଶ୍ୱରକୁ ଉଡି଼ଲା ଦ୍ୱିତୀୟ ବିମାନ । ଜୟପୁରରୁ ଭୁବନେଶ୍ୱର ଓ ଭୁନେଶ୍ୱରରୁ ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ଚଳାଚଳ ଆରମ୍ଭ ହୋଇଛି। ୯ ସିଟ୍ ବିଶିଷ୍ଟ ଏହି ବିମାନ ଆଜିଠୁ ଯାତ୍ରୀଙ୍କୁ ଧରି ଉଡାଣ ଭରିଲା। ସକାଳ ୬ଟାରେ ଭୁବନେଶ୍ବରରୁ ବାହାରି ଜୟପୁରରେ ପହଞ୍ଚିବା ପରେ ସେହିପରି ସକାଳ ୮ଟାରେ ଜୟପୁର ବିମାନ ବନ୍ଦରରୁ ବାହାରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି ବୋଲି ଜଣାପଡି଼ଛି। ଜୟପୁର ବିମାନବନ୍ଦରରୁ ଭୁବନେଶ୍ୱରକୁ ଦ୍ୱିତୀୟ ବିମାନ ଉଡ଼ାଣ ପାଇଁ ଜୟପୁରର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଆସୁଥିଲେ। ଜୟପୁର ବିମନବନ୍ଦରକୁ ୨୦୨୧ ମସିହା ଅକ୍ଟୋବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଉଦଘାଟନର ଏକ ସପ୍ତାହ ପରେ ଭୁବନେଶ୍ବରରୁ ଜୟପୁର ଦେଇ ବିଶାଖାପାଟଣା ବିମାନ ଚଳାଚଳ ଆରମ୍ଭ କରିଥିଲା ଏହି ବିମାନ ଏବେ ରବିବାର ବ୍ୟତୀତ ପ୍ରତିଦିନ ଚାଲିଛି। ଭୁବନେଶ୍ବରରୁ ପୂର୍ବାହ୍ ୧୧ଟା ୩୫ରୁ ବାହାରି ଜୟପୁରରେ ଦିନ ୧୨ଟା ୪୦ରେ ପହଞ୍ଚୁଛି। ଏହା ପରେ ୧୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ୍ ଅଭିମୁଖେ ବାହାରୁଛି। ସେଠାରୁ ପୁଣି ଜୟପୁର ବିମାନବନ୍ଦରକୁ ଫେରୁଛି। ସେହିପରି, ଅପରାହ୍ଣ ୩ଟା ୪୦ରେ ପୁଣି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁଛି।
ସେହିପରି, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଆଉ ଦୁଇଟି ବିମାନ କୋଲକାତା ଓ ବେଙ୍ଗାଲୁରୁକୁ ଖୁବଶିଘ୍ର ଉଡିବାକୁ ଯାଉଛି। ଝାରସୁଗୁଡାରୁ ବିମାନ ବନ୍ଦରରୁ କୋଲକାତାକୁ ନଭେମ୍ବର ୫ ତାରିଖରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ତେବେ ଏହା ଚଳିତ ବର୍ଷ ୧୫ ନଭେମ୍ବରରୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଫଳରେ ଖୁବଶୀଘ୍ର ଝାରସୁଗୁଡ଼ା ସହର ସହ ବେଙ୍ଗାଲୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସିଧାସଳଖ ଯୋଡ଼ି ହେବ।