Breaking PLUSଦେଶ ବିଦେଶମୁଖ୍ୟ ଖବର

ମାନବୀୟ ଅସ୍ତ୍ରବିରତ ପାଇଁ ଆମେରିକାର ଅନୁରୋଧକୁ ଖାରଜ କଲା ଇସ୍ରାଏଲ

ତେଲଅଭିବ,୪ ନଭେମ୍ବର – ଗାଜାରେ ମାନବୀୟ ଅସ୍ତ୍ର ବିରତି ପାଇଁ ଆମେରିକାର ଅନୁରୋଧକୁ ଖାରଜ କରିଛି ଇସ୍ରାଏଲ । ଗଣମାଧ୍ୟମର ସୂଚନା ମୁତାବକ ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ଜେ.ବ୍ଲିଙ୍କନ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଶୁକ୍ରବାର ତେଲଅଭିବରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ଇସ୍ରାଏଲ ନେତାଙ୍କୁ ସାକ୍ଷାତ କରିବା ସହ ମାନବୀୟ ଆଧାର ଉପରେ ଯୁଦ୍ଧ ବିରତି ନିମନ୍ତେ ଅନୁରୋଧ କରିଥିଲେ ।
କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବ୍ଲିଙ୍କନଙ୍କ ‘ମାନବୀୟ ଯୁଦ୍ଧ ବିରତି’ ଅନୁରୋଧକୁ ଦୃଢତାର ସହ ଖାରଜ କରିଦେଇଛନ୍ତି । ବନ୍ଧକଙ୍କୁ ଛାଡିବା ଉପରେ ଯୁଦ୍ଧର ବିରତି ନିର୍ଭର କରୁଛି ବୋଲି ନେତାନ୍ୟାହୁ କହିଥିଲେ । ଏବେ ଯୁଦ୍ଧ ବିରତି ପାଇଁ ସ୍ଥିତି ନୁହେଁ । ବନ୍ଧକଙ୍କୁ ଛାଡିବା ଉପରେ ହମାସ କଡା ଆଭିମୁଖ୍ୟ ରଖିଥିବାରୁ ଲଢିବା ବ୍ୟତୀତ କୌଣସି ବିକଳ୍ପ ନାହିଁ ।

Show More

Related Articles

Back to top button