Breaking PLUSଓଡ଼ିଶାମୁଖ୍ୟ ଖବର

ଡିସେମ୍ବର ୧୨ ସୁଦ୍ଧା ଫସଲ କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ

ଗତ ଦୁଇ ଦିନ ମଧ୍ୟରେ ବାତ୍ୟା ମିଗଜୋମ ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ହୋଇଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନର ଫସଲ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଖରିଫ୍ ଫସଲ ଏବଂ ଉଦ୍ୟାନ କୃଷି ଫସଲ କ୍ଷତି ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ପ୍ରଭାବିତ କୃଷକଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିୟମ ଅନୁଯାୟୀ ୩୩ ପ୍ରତିଶତ ବା ତାଠାରୁ ଅଧିକ ପରିମାଣର ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କୃଷି ଇନପୁଟ ସବସିଡି ପ୍ରଦାନ କରାଯିବ।

ଏ ନେଇ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀ ମିଳିତ ଭାବେ ଅନୁସନ୍ଧାନ କରି ଫସଲ କ୍ଷୟକ୍ଷତି ଆକଳନ କରିବେ। ଚଳିତ ଡିସେମ୍ବର ୧୨ ସୁଦ୍ଧା ଏ ନେଇ ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଫସଲ କ୍ଷତିର ପରିମାଣ ଆକଳନ କରିବା ବେଳେ, ପ୍ରଭାବିତ କୃଷକଙ୍କ ଜମି ସମ୍ପର୍କିତ ତଥ୍ୟ ଭୁଲେଖରୁ ଯାଞ୍ଚ କରାଯିବ। ଜିଲ୍ଲାପାଳ ଫସଲ କ୍ଷୟକ୍ଷତିର ଅନୁମୋଦନ ପ୍ରଦାନ କରିବେ। ତେବେ ଚଳିତ ବର୍ଷ ପୂର୍ବରୁ ବନ୍ୟା ଏବଂ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ଏବେର ମୂଲ୍ୟାଙ୍କନରେ ଅନ୍ତର୍ଭୂକ୍ତ ହେବ ନାହିଁ।

Show More

Related Articles

Back to top button