Breaking PLUSଦେଶମୁଖ୍ୟ ଖବରରାଜନୀତି
ସଂସଦର ଉଭୟ ଗୃହର କାର୍ଯ୍ୟ ସୋମବାର ଯାଏ ସ୍ଥଗିତ
ନୂଆଦିଲ୍ଲୀ, 15 ଡିସେମ୍ବର – ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ସୋମବାର ଯାଏ ସ୍ଥଗିତ ରହିଛି । ସୁରକ୍ଷା ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା ଯୋଗୁ ଚାଲିପାରିନଥିଲା ଗୃହ । ଫଳରେ ଶୁକ୍ରବାର 2ଟାରୁ ସୋମବାର ଯାଏ ଗୃହ କାର୍ଯ୍ୟ ମୁଲତବୀ ରହିଛି ।
ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ । ଏହାପରେ ଗୃହକୁ ଅପରାହ୍ନ 2ଟା ଯାଏ ମୁଲତବୀ ରଖାଯାଇଥିଲା । 2ଟାରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀମାନେ ହଙ୍ଗାମା କରିଥିଲେ । ଏହାପରେ ଗୃହକୁ ସୋମବାର ଯାଏ ମୁଲତବୀ ଘୋଷଣା କରାଯାଇଛି ।
ରାଜ୍ୟସଭାରେ ମଧ୍ୟ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ସୋମବାର ଯାଏ ମୁଲତବୀ ଘୋଷଣା କରାଯାଇଛି ।