Breaking PLUSଦେଶମୁଖ୍ୟ ଖବରରାଜନୀତି

ସଂସଦ ସୁରକ୍ଷା ଉଲ୍ଲଂଘନ କରିଥିବା 4ଜଣ ଅଭିଯୁକ୍ତଙ୍କ ପୋଲିସ ହେପାଜତ 15ଦିନ ବୃଦ୍ଧି

ନୂଆଦିଲ୍ଲୀ, 21 ଡିସେମ୍ବର – ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସଂସଦର ସୁରକ୍ଷା ଉଲ୍ଲଂଘନ କରିଥିବା 4ଜଣ ଅଭିଯୁକ୍ତଙ୍କ ପୋଲିସ ହେପାଜତ 15ଦିନ ଯାଏ ବୃଦ୍ଧି କରିଛି । 4 ଅଭିଯୁକ୍ତଙ୍କ ପୋଲିସ ହେପାଜତ ଆଜି ଶେଷ ହେଉଥିଲା । ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଡିସନାଲ ସେସନ୍ସ ଜଜ ହରଦୀପ କୌର ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଏହାପୂର୍ବରୁ କୋର୍ଟ ଡିସେମ୍ବର 14ରେ 4ଜଣଙ୍କୁ ପୋଲିସ ହେପାଜତକୁ ପଠାଇଦେଇଥିଲେ । ଆଜି କୋର୍ଟରେ ହାଜର ସମୟରେ ଏହି ମାମଲାର ଯାଞ୍ଚ ପାଇଁ 4ଜଣ ଅଭିଯୁକ୍ତଙ୍କ ହେପାଜତକୁ 15ଦିନ ବୃଦ୍ଧି କରିବାର ଆବଶ୍ୟକତା ଥିବା ଦିଲ୍ଲୀ ପୋଲିସ କହିଥିଲା ।

Show More

Related Articles

Back to top button