Breaking PLUSଦେଶମୁଖ୍ୟ ଖବର

ଭରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ହେଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ, 21 ଡିସେମ୍ବର – ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ପୂର୍ବତନ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ସଞ୍ଜୟ ସିଂହଙ୍କୁ ଡବ୍ଲୁଏଫଆଇର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଗୁରୁବାର, ଡିସେମ୍ବର 21ରେ ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀରେ ପୂର୍ବାହ୍ନରେ ମତଦାନ ପରେ ମତଗଣନା କରାଯାଇ ସଞ୍ଜୟ ସିଂହଙ୍କୁ ବିଜୟୀ ଘୋଷଣା କରାଯାଇଛି । ସିଂହଙ୍କୁ 40ଖଣ୍ଡ ଭୋଟ୍ ମିଳିଥିଲା । ତାଙ୍କର ପ୍ରତିଦ୍ୱନ୍ଦ୍ୱି ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା ଅନୀତା ଶ୍ୟୋରାଣଙ୍କୁ 7ଖଣ୍ଡ ଭୋଟ୍ ମିଳିଥିଲା ।

Show More

Related Articles

Back to top button