ପାରାଦୀପରେ ଜାହାଜରୁ କୋକେନ ଜବତ ଘଟଣା, ଜାହାଜରୁ ଡେଇଁଲେ କ୍ରିଉ ମେମ୍ବର
ଭୁବନେଶ୍ୱର, ୧୪ ଜାନୁଆରୀ – ପାରାଦୀପ ବନ୍ଦରରେ ଜାହାଜରୁ କୋକେନ ଜବତ ଘଟଣା । ଜାହାଜରୁ ଡେଇଁ ଗୁରୁତର ହୋଇଛନ୍ତି କ୍ରିଉ ମେମ୍ବର । କ୍ରିଉ ମେମ୍ବର ହେଲେ ବୁଇ କଂ ହୁ । ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପ ପୋର୍ଟ ମେଡିକାଲରେ ଭର୍ତି କରାଯାଇଛି । ସମ୍ପୃକ୍ତ ସଦସ୍ୟ ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । କୋକେନ ଘଟଣାରେ ଅଟକ ଥିଲେ କ୍ରିଉ ସଦସ୍ୟ । ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବା ବେଳେ ଦେବୀ ଜାହାଜରେ ପିଆଇସିଟି କମ୍ପାନୀର ବର୍ଥକୁ ପଣ୍ୟ ନେବା ପାଇଁ ଆସିଥିଲା । ଗତ ଡିସେମ୍ବର 1 ତାରିଖରେ ଜାହାଜରୁ 220 କୋଟି ଟଙ୍କାର କୋକେନ ଜବତ ହେବାପରେ 21 କ୍ରିଉମେମ୍ବରଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ । ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ ଏରିଆରେ ଯାଇଥିବା ବେଳେ କିଭଳି ଏହି କ୍ରିଉ ମେମ୍ବର ନିଜର ହାତ କାଟିଲେ ଓ ସମୁଦ୍ର ଭିତରକୁ ଡେଇଁଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାକୁ ଦୁଇମାସ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇ ନାହାଁନ୍ତି। ତେବେ ଏହି ଦେବୀ ଜାହାଜକୁ ମୁକୁଳାଇବା ପାଇଁ ଜାହାଜ ଅଧିକାରୀ କୁଜଙ୍ଗ କୋର୍ଟରେ ଆବେଦନ କରିଛନ୍ତି।