Breaking PLUSଦେଶମୁଖ୍ୟ ଖବର

ଝାରଖଣ୍ଡରେ ଇଡି କାର୍ଯ୍ୟାଳୟ ବାହାରେ ବଢିଲା ସୁରକ୍ଷା, ସିଆରପିଏଫ ଯବାନ ମୁତୟନ

ରାଞ୍ଚି,1 ଫେବୃଆରୀ -ଜମି ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବୁଧବାର ରାତିରେ ଗିରଫ କରାଯାଇଛି । ଏହାପରେ ଇଡିର ରାଞ୍ଚି ସ୍ଥିତ ଜୋନାଲ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି । ହେମନ୍ତଙ୍କୁ ଇଡିର ହିନୁ ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟରେ ରାତିରେ ରଖାଯାଇଛି ।
ଗୁରୁବାର ସକାଳେ ଦୁଇଟି ବସରେ ସିଆରପିଏଫ ଯବାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଝାରଖଣ୍ଡ ପୋଲିସର ଯବାନମାନେ କ୍ୟାମ୍ପ କରି ଇଡି କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଛନ୍ତି । ୱାଟର କ୍ୟାନନ, ବଜ୍ର ବାହାନ ମଧ୍ୟ ଇଡି କାର୍ଯ୍ୟାଳୟ ସମ୍ମୁଖରେ ନିୟୋଜିତ କରାଯାଇଛି । କିଛି ଆଦିବାସୀ ସଙ୍ଗଠନ ପକ୍ଷରୁ ଝାରଖଣ୍ଡ ବନ୍ଦ ନେଇ ସୂଚନା ପାଇବା ପରେ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Show More

Related Articles

Back to top button