Breaking PLUSଦେଶମୁଖ୍ୟ ଖବରରାଜନୀତି
ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ୍ କରିବ ବଜେଟ୍- ପିଏମ ମୋଦି

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ବଜେଟ୍ ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ ହେବ । ଯୁବ , ମହିଳା , କୃଷକ ସମସ୍ତଙ୍କୁ ଏହି ବଜେଟ୍ ସଶକ୍ତ କରିବ। ୨୦୪୭ ମସିହାରେ ବିକଶିତ ଭାରତ ଲକ୍ଷ୍ୟକୁ ମଜବୁତ୍ କରିବ। ଏହି ବଜେଟ୍ ଯୁବ ଭାରତର ଆଶା ଆକାଂକ୍ଷାର ପ୍ରତିବିମ୍ବ। ଭିତ୍ତିଭୂମିର ବିକାଶ ପାଇଁ ୧୧ଲକ୍ଷ ୧୧ ହଜାର ୧୧୧ କୋଟି ବ୍ୟବସ୍ଥା ହୋଇଛି। ଆଧୁନିକ ଭିତ୍ତିଭୂମି ଯୁବକ ମାନଙ୍କ ପାଇଁ ରୋଜଗାରର ସମ୍ଭାବନା ଆଣିବ।