Breaking PLUSଦେଶମୁଖ୍ୟ ଖବର
ଅନନ୍ତ ଅମ୍ବାନୀ- ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ସମାରୋହ ସ୍ଥଳରେ ରୋକ ଲଗାଇବା ପିଟିସନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ, 16 ଫେବୃଆରୀ – ଗୁଜରାଟର ଜାମନଗର ସ୍ଥିତ ରିଲାୟନ୍ସ ଗ୍ରୀନ୍ସରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଆୟୋଜନ ରୋକିବା ଦାବିକୁ ଖାରଜ କରିଛନ୍ତି କୋର୍ଟ । ଜଷ୍ଟିସ ସୁରେଶ କୁମାର କୈତଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କହିଛନ୍ତି ଯେ, ପିଟିସନକାରୀଙ୍କ ପଶୁପକ୍ଷୀଙ୍କୁ କ୍ଷତି ପଂହଚାଇବାର ଆଶଙ୍କା ରହିଛି । ଏଭଳି ଆଶଙ୍କା ଉପରେ କୌଣସି ନିଷେଧାତ୍ମକ ଆଦେଶ ଜାରି କରାଯାଇପାରିବ ନାହିଁ ବୋଲି କହିଛନ୍ତି ।
ଏହି ପିଟିସନ ଓକିଲ ରାହୁଲ ନରୁଲ ଦାୟର କରିଥିଲେ । ପିଟିସନରେ କୁହାଯାଇଥିଲା ଯେ, ସୋସିଆଲ ମିଡିଆରେ ଅନନ୍ତ ଅମ୍ବାନୀ ଓ ରାଧିକ ମର୍ଚ୍ଚାଣ୍ଟଙ୍କ ବିବାହ କାର୍ଡ ଭାଇରାଲ ହେଉଥିଲା । ବିବାହ କାର୍ଡ ମୁତାବକ ଏହି ବିବାହ ଜାମନଗର ସ୍ଥିତ ରିଲାଏନ୍ସ ଗ୍ରୀନ୍ସରେ ମାର୍ଚ୍ଚ 1ରୁ 3 ଯାଏ ଆୟୋଜିତ ହେବ ।