Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟ ପରିସରରେ ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦଘାଟନ କଲେ ସିଜେଆଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,22 ଫେବୃୟାରୀ – ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଆଜି ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଆୟୁଷ ସମଗ୍ର କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ସହିତ ସମ୍ବନ୍ଧିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଭାଗିଦାରିରେ ସ୍ଥାପିତ କରାଯାଇଛି । ଏହି ଅବସରରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଂଜପାରା ମହେନ୍ଦ୍ରଭାଇ କାଲୁଭାଇ, ଆୟୁଷ ସଚିବ ରାଜେଶ କୋଟେଚା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଥିଲେ ଯେ,ସେ ଆୟୁର୍ବେଦ ଓ ସମଗ୍ର ଜୀବନଶୈଳୀର ସମର୍ଥକ ଅଟନ୍ତି । ଏହି କେନ୍ଦ୍ର ଦ୍ୱାରା ସୁପ୍ରିମକୋର୍ଟରେ କାର୍ଯ୍ୟରତ 2ହଜାରରୁ ଅଧିକ କର୍ମଚାରୀ ଲାଭାନ୍ୱିତ ହେବେ ।

Show More

Related Articles

Back to top button