Breaking PLUSଦେଶମୁଖ୍ୟ ଖବର

ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି। ଏହା ମଧ୍ୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୧୦୨ ଆସନ ପାଇଁ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୧୬୦୦ରୁ ଅଧିକ ପ୍ରାର୍ଥୀ ରହିଛନ୍ତି। ଏଥିରେ ୯ କେନ୍ଦ୍ରୀୟ ମନ୍ତ୍ରୀ ,୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟର ପରୀକ୍ଷା ହେଉଛି।

ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। କିଛି ରାଜ୍ୟରେ ମତଦାନର ସମୟ ଭିନ୍ନ ମଧ୍ୟ ରହିଛି। ଲୋକସଭା ନିର୍ବାଚନ ସହ ଶୁକ୍ରବାର ଅରୁଣାଞ୍ଚଳ ପ୍ରଦେଶ ଓ ସିକ୍କିମର ୯୨ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେବ।
ପ୍ରଥମ ପର୍ଯ୍ୟାୟରେ ୧୬.୬୩ କୋଟିରୁ ଅଧିକ ମତଦାତା ରହିଛନ୍ତି। ଏଥିରେ ୮.୪କୋଟି ପୁରୁଷ ଓ ୮.୨୩ କୋଟି ମହିଳା ମତଦାତା ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୫.୬୭ ଲକ୍ଷ ମତଦାତା ରହିଛନ୍ତି, ,ଯେଉଁମାନେ ପ୍ରଥମ ଥର ମତଦାନ ସାବ୍ୟସ୍ତ କରିବେ। ୨୦ ରୁ ୨୯ ବର୍ଷ ବୟସର ମତଦାତାଙ୍କ ସଂଖ୍ୟା ୩.୫୧ କୋଟି ରହିଛି। ଏମାନଙ୍କ ପାଇଁ ୧.୮୭ ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହେବା ପୂର୍ବରୁ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏପରି କିଛି ରହିଛି, ଯେଉଁଠାରେ ନିର୍ବାଚନ ଶେଷ ହୋଇଯିବ। ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନ ପାଇଁ ମଧ୍ୟ ମତଦାନ ହେବ। ଲୋକସଭା ନିର୍ବାଚନର ୫୪୩ ଆସନ ପାଇଁ ସାତଟି ପର୍ଯ୍ୟାୟରେ ମତଦାନ ହେବ। ଏହାର ଫଳାଫଳ ୪ ଜୁନ୍ ରେ ଘୋଷଣା କରାଯିବ।

Show More

Related Articles

Back to top button