Breaking PLUSଓଡ଼ିଶାମୁଖ୍ୟ ଖବର

ନାମାଙ୍କନ ଭରିଲେ ସୌମ୍ୟରଂଜନ ପଟ୍ଟନାୟକ

ଘସିପୁରା-ନାମାଙ୍କନ ଭରିଲେ ସୌମ୍ୟରଂଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଯାଇ ଆନନ୍ଦପୁର ଉପାଜିଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିତ କେନ୍ଦୁଝର ଜିଲାର ସୀମାନ୍ତ ଜରଦା ଗେଟଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବଡ଼ ପଦନା ଛକ ଦେଇ ସାଇଁ କୂଳଠାରେ ପହଞ୍ଚିବା ପରେ ବେଲବାହାଳୀ ମାର୍କେଟ ଦେଇ ଶାଳପଡା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ପଛପଟ ପଡ଼ିଆରେ ଏକତ୍ରିତ ହୋଇଥିଲେ। ଏହାପରେ ସେଠାରୁ ହଜାର ହଜାର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ବାହାରି ଶାଳପଡା ବ୍ରିଜ ଛକ ଦେଇ ଅପରାହ୍ନ ୨ ଘଟିକା ସମୟରେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

Show More

Related Articles

Back to top button