Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ସିଟି ଜିଏସଟି ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର

ଭୁବନେଶ୍ୱର- ଭିଜିଲାନ୍ସ(ଦୁର୍ନୀତି ନିବାରଣ) ବିଭାଗ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ୫ କୋଟି ୮୫ ଲକ୍ଷ ଟଙ୍କାର ଟିକସ ହେରଫେର କରିଥିବା ଅଭିଯୋଗରେ ଫସିଛନ୍ତି ଯାଜପୁର ସିଟି (କେନ୍ଦ୍ରୀୟ କର) ଏବଂ ଜିଏସଟି (ସାମଗ୍ରୀ ଏବଂ ସେବା କର) ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର(ସହକାରୀ ଆୟୁକ୍ତ) ବିନୟ ଭୂଷଣ ତ୍ରିପାଠୀ। ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଯାହାଦ୍ଵାରା ସରକାରଙ୍କର ପ୍ରାୟ ୫ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ଵ ହାନି ଘଟିଛି। ଏହି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ବିନୟଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଛି। ଭୁବନେଶ୍ଵର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀଙ୍କ ଏକାଧିକ ଟିମ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

Show More

Related Articles

Back to top button