Breaking PLUSଓଡ଼ିଶାମୁଖ୍ୟ ଖବର

ଗଣେଶ ଭସାଣରେ ଡିଜେ ସାଉଣ୍ଡ ଉପରେ କଟକଣା

ଭୁବନେଶ୍ୱର- ଗଣେଶ ପୂଜାର ସ୍ବତନ୍ତ୍ର ଆକର୍ଷଣ କୁହାଯାଉଥିବା ଭସାଣ ଉତ୍ସବରେ ଏଥର ଡିଜେ ସାଉଣ୍ଡ ବକ୍ସ ରହିବ ନାହିଁ। ପ୍ରଭୁ ଗଣେଶ ବିଦାୟ ନେବା ବେଳେ ମାଟି ଥରିଲା ଭଳି ଶବ୍ଦ ଶୁଣାଯିବ ନାହିଁ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଚଳିତ ଥର ଏହିଭଳି ନିର୍ଦ୍ଦେଶ ଦେଇଛି।

କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ,  ଏଥର ଗଣେଶ ପୂଜାରେ ଭୁବନେଶ୍ୱରରେ ଡିଜେ ବନ୍ଦ ହେବ। ଡିଜେ ବଦଳରେ  ପାରମ୍ପରିକ ବାଦ୍ୟ ଢୋଲ, ନିଶାଣ, ତାସା, ପେଁକାଳୀ ବାଜିବ। ପୂଜା ସମୟରେ ମେଲୋଡି ଉପରେ କଟକଣା ଲାଗିବ। ଭସାଣିରେ ଡିଜେ ବନ୍ଦ ରହିବ। ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ।

Show More

Related Articles

Back to top button