Breaking PLUSଓଡ଼ିଶାମୁଖ୍ୟ ଖବର

ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର- ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଆଇଏଲଏସ୍ ବୈଜ୍ଞାନିକ ସନ୍ଦୀପ୍ ମିଶ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ଵର ସତ୍ୟନଗର ଘରୁ ବୈଜ୍ଞାନିକ ସନ୍ଦୀପ୍ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଏକ ଘରୋଇ ହସ୍ପିଟାଲରେ ସନ୍ଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ସନ୍ଦୀପଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା। ତେବେ ସେ କାହିଁକି ଆତ୍ମହତ୍ୟା ଭଳି  ଚରମ ନିଷ୍ପତ୍ତି ନେଲେ , ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।

Show More

Related Articles

Back to top button